ବୈଧବ
ନିସଙ୍ଗତା ନିତ୍ଯ ଅଙ୍ଗନ
ନିଃସ୍ଵ ନିରାଶ ବେଶ
ବିଷର୍ଣ୍ଣ ବିରସ ବଦନ
ବିଷ ବିଷାଦ ବାସ ।
ଅବସନ୍ନ ଅତି ଆସନ୍ନ
ଶଙ୍କା ଆଶଙ୍କା ଆଶା
ପ୍ରତିପନ୍ନ ଇତି ପତନ
ଗତି ପତିତ ଭାଷା ।
ପତିବ୍ରତା ବ୍ରତ ବିଗତ
ଗତ ମୃତାନ୍ତ ସ୍ମୃତି
ସତୀ ସତ୍ତ୍ବ ସତ୍ତା ସଙ୍ଗତେ
ସତ୍ୟ ନିଃସଙ୍ଗ ବୃତ୍ତି ।
ବୃନ୍ତଶୂନ୍ଯ ଶୁଷ୍କ କୁସୁମ
ଛିନ୍ନ ବିଛିନ୍ନ ଭାବ
ମଙ୍ଗହୀନ ଅଙ୍ଗ ଅର୍ଦ୍ଧାଙ୍ଗ
ଭଗ୍ନ ଭଙ୍ଗୁର ନାବ ।
ବୈଧବ ବିଧାନେ ନିନାଦ
ନ୍ଯୁନ ବାସନା ରସ
ବିକଶିତ ଶତ ବିକାର
କ୍ରୁର ଦୃର୍ବୃତ୍ତେ ବଶ ।
- ପ୍ରସନ୍ନ ମଣ୍ଡଳ
କୋଟପଲ୍ଲା, ଖୋର୍ଦ୍ଧା
******
ସମ୍ପାଦକ - ଜିତେନ୍ଦ୍ର ସେଠ
(Admin - www.loveodia.com)
(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com
(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ । ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ)
0 Comments