ସକାଳ ଜଣାଣ (କବିତା- ଭାଗ- ୧) - ଗୋଦାବରୀଶ ଦାସ

ସକାଳ ଜଣାଣ
(କବିତା- ଭାଗ- ୧)

ଆହେ ଜଗବନ୍ଧୁ         ମୋର ପ୍ରାଣସିନ୍ଧୁ
        ଜଗତ କରତା ହରି
ଏଭବ ସଂସାରେ       ଦୁଃଖ ଦରିଆରେ
       ବୁଡାଉଛ ମୋତେ ମାରି ।  (ଘୋଷା)

ମୁହିଁ ଦୀନହିନ           ପାମର ଅଜ୍ଞାନ
     ମୋ ଠାରେ କାହିଁକି ରାଗ
ବାସି ପଖାଳରେ         ପେଟ ମୋର ପୁରେ
  ମାଗିନାହିଁ କେବେ ଭାଗ ।

ଝାଟିମାଟି ଘର             ମୋ ପାଇଁ ମନ୍ଦିର
  ହେଲ କାହିଁକି ଭଗାରି
ଛିଣ୍ଡା କତରାରେ        ଦିନ ମୋର ସରେ
   ତାହାକୁ ଦେଉଛ ଚିରି ।

ଦେଇଛ ଶରୀର          ରୋଗେ ଭରପୁର
        ପାଇଲିନି ଟିକେ ଶାନ୍ତି
ମନେ ମୋର ଆଶା          ରଖିଛି ଭରଷା
       କେବେ ମୁଁ ପାଇବି ମୁକ୍ତି ।

ଆହେ ଦୟାମୟ          ନହୁଅ ନିର୍ଦ୍ଦୟ
      କି ଦେଖୁଛ ମୋର ଶିରୀ
ଆଉ ହନ୍ତସନ୍ତ         ନକର  ସାଆନ୍ତ
       ଜୀବନରେ ଦିଅ ମାରି ।

ଆହେ ଜଗବନ୍ଧୁ       ମୋର ପ୍ରାଣସିନ୍ଧୁ
  ଜଗତ କରତା ହରି
ଏଭବ ସାଗରେ          ଦୁଃଖ ଦରିଆରେ
        ବୁଡାଉଛ ମୋତେ ମାରି  ।(ଘୋଷା)


ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ଜିଲ୍ଲା - ନୟାଗଡ଼

******

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments