ସକାଳ ଜଣାଣ (କବିତା- ଭାଗ- ୨) - ଗୋଦାବରୀଶ ଦାସ

ସକାଳ ଜଣାଣ 
(କବିତା- ଭାଗ- ୨)
               
ଜଗତର ନାଥ   ଆହେ ଜଗନ୍ନାଥ
ତୁମେହିଁ ଜଗତ ପିତା
ପୁଅବୋଲି ତୋତେ ଡାକିବାକୁ ଥରେ
ମନରେ କରିଛି ଚିନ୍ତା ।

ତୁହିତ ବୁଲୁଛୁ ଜଗତ ଯାକରେ
କୁଆଡେ ମୁଁ ବୁଲାଇବି
ଷାଠିଏ ପଉଟି ରନ୍ଧା ହୁଏ ନିତି
ଆଉକଣ ଖୁଆଇବି ।

ବାରମାସେତୋର କାହିଁକେତେ ବେଶ
ପିନ୍ଧାଇବି କେଉଁ ଲୁଗା
ରତ୍ନ ଅଳଙ୍କାର  ପୁରିଛି ଶରୀର
କଅଣ ଦେବିରେ ଜଗା ।

ଛପନ ନିଯୋଗ ଖଟନ୍ତି ସର୍ବଦା
ଭିଡଲାଗେ ଦିନରାତି
ମୋରମାଆବୁଢ଼ୀ କାଖେଇ ଦେବରେ
ତୁହିପରା ତାର ନାତି ।

ଜହ୍ନକୁ ଦେଖାଇ ଖୁଆଇ ଦେବରେ
କରିବୁନି କେବେ ଅଳି
କାନ୍ଧକଲାବେଳେ ମଥାରେ ମୋହର
ଦେବୁଟିକେ ପାଦଧୂଳି ।

ମୋର ଅନ୍ତକାଳେ ଥିବୁ ମୋ ପାଖରେ
ପାଟିରେ ଦେବୁରେ ପାଣି
ମୁଖେ ମୋର ନିଆଁ ଦେବୁରେ କାଳିଆ
ଯାଇ ଟିକିଏ ମଶାଣି।

ମଣିଷ ଜନମ ହୋଇଯିବ ଧନ୍ଯ
ମୋତେ ପ୍ରଭୁ କଥା ଦିଅ
ଏତିକି ଗୁହାରୀ ଆହେ ଚକ୍ରଧାରି
ହୋଇଯାଅ ମୋର ପୁଅ ।


- ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ଼

*****

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments