ସନ୍ଧ୍ୟା ଜଣାଣ (କବିତା- ଭାଗ- ୧) - ଗୋଦାବରୀଶ ଦାସ

ସନ୍ଧ୍ୟା ଜଣାଣ

ତୋସିଂହ ଦୁଆରେ ହାତଯୋଡି ଜଗା
       ଜଣାଏ ମୋର ଗୁହାରି
ଅନ୍ତର ବେଦନା  ବାରେ ହେଉ ଘେନା
       ଶୁଣ ଟିକେ କାନଡେରି ।

ଜାଣେନା ଭକତି  ପୂଜାର ପଦ୍ଧତି
      ନଜାଣଇ କିଛି ବିଧି
ଆତୁରେ ଡାକଇ  ଆହେ ଭାବଗ୍ରାହୀ
      କୃପାକର ଦୟାନିଧି ।

ଶୁଷ୍କ ପଡିଅଛି   କିଛି ନ ଦିଶୁଛି
     ଏହିମୋ ଜୀବନ ସର
ଭକତି ରସରେ  ମୋର ଅଗୋଚରେ
        କରିଦିଅ ଭରପୁର ।

ଆହେ ନିଳମଣି  ମୋର ନେତ୍ରମଣି
      ତୁହିମୋ ଜୀବନ ରାହା
ବିପଦରୁ ମୋତେ ରଖିବୁତୁ ସତେ
       ବଢାଇବୁ ଚଉବାହା ।

ମୁହିଁ ଦୀନହିନ    ଅଧମ ଅକ୍ଷମ
       ପଶିଲି ପାଦେ ଶରଣ
ତୁମେମୋର ଆଶା ତୁମେହିଁ ଭରଷା
      ଆହେପ୍ରଭୁ ନାରାୟଣ ।

ସଞ୍ଜ ସକାଳରେ  ତୁମନାମ ଗାଇ
      ଚାଲିଯାଉ ମୋ ଜୀବନ
ଦିନେ ନଦେଖିଲେ  ତୋ କଳା ମୁଖକୁ 
      ସରେନାହିଁ ମୋର ଦିନ ।

- ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ଼

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments