ଦେବ ଦୀପାବଳି (କଥା ସାଗର) -ସ୍ନିଗ୍ଧା ସାମନ୍ତରାୟ

ଦେବ ଦୀପାବଳି

ହିନ୍ଦୁ ଧର୍ମରେ ପ୍ରତି ପୂର୍ଣ୍ଣିମା ତିଥିର ମହତ୍ତ୍ୱ ଭରି ଭରି ରହିଛି ।ପ୍ରତି ପୂନେଇଁର ବିଶେଷତ୍ୱ ଭିନ୍ନ ଭିନ୍ନ ଧରଣର ।କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ପାଳନ ହେଉଥିବା ବେଳେ କାଶୀରେ କିନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ରେ ଦେଵ ଦୀପାବଳି ପାଳନ କରାଯାଏ ।ବିଶ୍ୱାସ ଅଛି ଏହି ଦିନ ଶିବ ଶଙ୍କର ଧରାବତରଣ କରିଥାଆନ୍ତି ।କାଶୀର ବିଶ୍ୱନାଥଙ୍କ ମନ୍ଦିର ଅନତି ଦୂରରେ ଗଙ୍ଗା କୂଳରେ ଦୀପ ପ୍ରଜ୍ଵଳନ କରି ଭକ୍ତ ସହ କାଶୀବାସୀ ଆନନ୍ଦ ଉଲ୍ଲାସ ସହ ଦେଵ ଦୀପାବଳି ପାଳନ କରନ୍ତି ।

ଶିଵ ପୂଜାର ଏହିଦିନ ବିଶେଷତ୍ୱ ରହିଛି ଯେ ଶିଵ ଏକ ଦାନବକୁ ବଧ କରିଥିଲେ ।ସେହି ଖୁସି ରେ କାଶୀରେ ଦୀପାବଳି ଦୀପ ଯଜ୍ଞ ମହାଆଡମ୍ବରେ ପାଳନ କରାଯାଏ ।କାର୍ତ୍ତିକ ପୂର୍ଣ୍ଣିମା ରେ ତ୍ରିପୁରା ଅସୁରର ବଧ ହୋଇଥିଲା ।ତ୍ରିପୁରାସୁର ଦେଵଲୋକରୁ ଦେବତା ମାନଙ୍କୁ ବାହାର କରି ଦେଇଥିଲେ ନିଜ କ୍ଷମତା ବଳରେ ।ସେଥିପାଇଁ ଦେବତା ମାନେ ଦେଵ ଦେଵ ମହାଦେବଙ୍କ ଶରଣାପନ୍ନ ହୋଇଥିଲେ ।ଶିଵ ତ୍ରିପୁରାସୁରକୁ ବଧ କରିଥିଲେ ସେବେଠାରୁ ମହାଦେବ ନଗରୀ, ଶୈବପୀଠ କାଶୀରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବତା ମାନେ ଦୀପ ଦାନ କରିଥିଲେ ।ଶାସ୍ତ୍ରନୁଯାୟୀ କିମ୍ବଦନ୍ତୀ ଅନୁସାରେ ସେବେଠାରୁ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଦେଵ ଦୀପାବଳି ପାଳନ ହେଉଅଛି  ।ସନ୍ଧ୍ୟା ସମୟରେ ଗଙ୍ଗା ମାଆଙ୍କ ପୂଜାର ଆଳତି ଖୁଵ ସୁନ୍ଦର ସହ ଦିବ୍ୟ ଚେତନା ରେ ପ୍ଲାବିତ ଭରା ଶ୍ରଦ୍ଧାଳୁ ଗହଣ ରେ ଦିବ୍ୟ ଜ୍ୟୋତିରେ ପରିପ୍ରକାଶିତ ହୋଇଥାଏ ।ଅସଂଖ୍ୟ ଦୀପ ପ୍ରଜ୍ଵଳିତ ଦ୍ୱାରା ଗଙ୍ଗା ମାଆଙ୍କ ଘାଟର ସୌନ୍ଦର୍ଯ୍ୟ ଦିବ୍ୟ ପୂଣ୍ୟ ସତ୍ୟର ଆଲୋକ ମାଳାରେ ଉଦ୍ଭାସିତ ହୁଏ ।ନାମ ଜପ କୀର୍ତ୍ତନ ସହ ଭାଵ ଭକ୍ତିର ବୁଦ୍ଧ ଜ୍ଞାନ ,ଦିବ୍ୟ ଶକ୍ତି ସଞ୍ଚାରିତ ସେହି କାଶୀ ରେଣୁରେ ।ତେଣୁ ମହା କାର୍ତ୍ତିକ ର ପବିତ୍ରତା, ମହତ୍ତ୍ୱ ସହସ୍ର ଗୁଣ ।

- ସ୍ନିଗ୍ଧା ସାମନ୍ତରାୟ
ଚୁନଭାଟି, ଗୋପାଳ ଗାଁ
ବାଲେଶ୍ଵର

*****

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments