ଶ୍ରଦ୍ଧା ଓ ଭକ୍ତି (କଥା ସାଗର) -ସ୍ନିଗ୍ଧା ସାମନ୍ତରାୟ

ଶ୍ରଦ୍ଧା ଓ ଭକ୍ତି

ସଂସାର ହେଉ ବା ସାମାଜିକ ବା ଆଧ୍ୟାତ୍ମିକ ପ୍ରତି କର୍ମକ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ନିଜର ଆତ୍ମବଳ ରହିବା ସହିତ ମନରେ ପୂର୍ଣ୍ଣ ଶ୍ରଦ୍ଧା ରହିଲେ କାର୍ଯ୍ୟଟି ପୂର୍ଣ୍ଣତା ଲାଭ କରେ ।ତେଣୁ ବ୍ୟକ୍ତିର ଆସ୍ଥା ବିଶ୍ୱାସ ସଂକଳ୍ପ କାର୍ଯ୍ୟର ଦୃଢ ପାଚେରୀ ସଦୃଶ ।ଶାଶ୍ୱତ, ମାନବିକ, ଦୟା, କ୍ଷମା  ଏସବୁ ମାନବର ମହାନ ଶିକ୍ଷା ରୂପକ ଚେତନା ମହଲର ଗୋଟେ ଗୋଟେ କୋଠରୀ ।ଯେଉଁ କାର୍ଯ୍ୟ ରେ ଯିଏ ବିଶ୍ୱାସ ସହିତ ଯୁକ୍ତ ହୁଏ ସେତିକି ପୂର୍ଣ୍ଣତାର ସ୍ଵାଦ ପାଇଥାଏ ।ବିଚାର ଧାରାରେ ଗୁଣ,, ବୈଶିଷ୍ଟ୍ୟ ପ୍ରତି ସଚେତନ ରହି ପ୍ରତି ତତ୍ତ୍ୱକୁ ଗମ୍ଭୀର ରୂପେ ଶ୍ରଦ୍ଧା ସହକାରେ ଅନୁଧ୍ୟାନ କଲେ ପରମ ଲକ୍ଷ୍ୟ ସ୍ଥଳେ ପହଞ୍ଚି ପାରେ ।ଭୂତ ପ୍ରକୃତିର ତ୍ରିଗୁଣ ମଧ୍ୟରୁ ଯେଉଁ ଗୁଣର ଅଧିକାରୀ ହୋଇପାରେ।କ୍ରୁତିମ ଶ୍ରଦ୍ଧାରେ କ୍ରୁତିମ ଫଳ ପ୍ରକାଶ ହୁଏ, ଶ୍ରଦ୍ଧା ବିଶ୍ୱାସ ଜନ୍ମିଲେ ସତ୍ତ୍ୱ ଗୁଣ ପ୍ରକଟ ହୁଏ, ବ୍ୟକ୍ତି ଶୁଦ୍ଧସତ୍ତ୍ୱ ଅବସ୍ଥାରେ ରହିଲେ ପରମ ପୁରୁଷ ଭଗବାନଙ୍କର ପ୍ରକୃତିକୁ ବୁଝି ପାରେ ।ଶ୍ରଦ୍ଧା ସମ୍ପୂର୍ଣ୍ଣ ରୂପେ ବିଶୁଦ୍ଧ ନହୁଏ ତାହା ଦୋଷ ଯୁକ୍ତ ମାନାଯାଏ ।ଶ୍ରଦ୍ଧା ହିଁ ଭାବଭକ୍ତିର ପ୍ରଥମ ପାହାଚ ଶାଶ୍ୱତ ଜଗତ ପାଇଁ ।ଶୁଦ୍ଧସତ୍ତ୍ୱ ଜାଗ୍ରତ ଅବସ୍ଥା ହିଁ ପ୍ରେମ ଭକ୍ତି ଲାଭର ଉପଯୁକ୍ତ ସ୍ତର ଅଟେ ।ଶ୍ରଦ୍ଧା ବ୍ୟତୀତ ଭକ୍ତିର ସ୍ଥାନ ନାହିଁ ।ଶ୍ରଦ୍ଧା ଉଦିତ ରବି ହେଲେ ଜ୍ଞାନ ତାର କିରଣ।କିରଣ ସାହାଯ୍ୟ ରେ ଭକ୍ତିର ତରଙ୍ଗ ଖେଳି ଯାଏ ।ଏସମସ୍ତ ସାମାହାର ରେ ସମର୍ପଣ ଭାଵ ଉପସ୍ଥିତ ହୋଇ ନୂତନ ଜୀବନ ଦର୍ଶନ ପଥ ଦେଇ ଅନ୍ତଃମୁଖୀ ହୋଇ ନାମବ୍ରହ୍ମ  ଗୁରୁତ୍ୱ ବୁଝି ପାରେ ।

ଅପ୍ରାକୃତିକ ବସ୍ତୁ ପ୍ରତି ଶ୍ରଦ୍ଧା ଅଭାବ ରେ ବସ୍ତୁ ଦର୍ଶନ ହୁଏ ନାହିଁ ।ଶ୍ରଦ୍ଧା ନଥିଲେ ସାଧୁସଙ୍ଗ ମିଳିପାରେ ନାହିଁ ।ଯେଉଁ ସମୟରେ ଗୌରାଙ୍ଗ ମହାପ୍ରଭୁ ନବଦ୍ୱୀପ ରେ ଶ୍ରୀ ବାସ ମନ୍ଦିର ରେ ଦ୍ବାରରୁଦ୍ଧ କରି କୃଷ୍ଣଙ୍କ ଉଦ୍ଧେଶ୍ୟରେ ସଂକୀର୍ତ୍ତନ କରୁଥିଲେ ସେତେବେଳେ ଶ୍ରଦ୍ଧାହୀନ ବ୍ୟକ୍ତିଗଣ ସମାଲୋଚନା କରୁଥିଲେ ।ତେଣୁ ଶ୍ରଦ୍ଧାହୀନ, ସଂଶୟାତ୍ମା କୌଣସି ଦିନ ସତ୍ୟପଥକୁ ଆସିପାରେ ନାହିଁ ଯାହା ଦ୍ୱାରା ତାହାର ବିନାଶ ନିଶ୍ଚିତ ଥାଏ ।ଶ୍ରଦ୍ଧାବାନ ବ୍ୟକ୍ତି ପରିସ୍ଥିତି ନୁସାରେ କର୍ମବୀର, ଜ୍ଞାନ ବୀର, ତ୍ୟାଗୀ ବୀର ହୋଇ ପାରେ ।ଶ୍ରଦ୍ଧା ବିନା କୃପା ବି ନାହିଁ।ତେଣୁ କୁହାଯାଏ ଶ୍ରଦ୍ଧା ରେ ତୁଳସୀଟିଏ ପ୍ରଭୁଙ୍କୁ ଦେଲେ ପ୍ରଭୁ ଖୁସି ରେ ପାଆନ୍ତି କିନ୍ତୁ ବିନା ଶ୍ରଦ୍ଧା ରେ ରାଜଭୋଗ ବି ଗ୍ରହଣ କରନ୍ତି ନାହିଁ ।ଶ୍ରଦ୍ଧାରୁ ଶ୍ରାଦ୍ଧ ତର୍ପଣ କରାଯାଏ ପିତୃପୁରୁଷଙ୍କ ପାଇଁ ।ଶ୍ରଦ୍ଧା ଦ୍ଵାରା ଭକ୍ତ ଦାସିଆ ,ଶବରୀ,  ବିଦୁରଙ୍କ ସ୍ଥାନ ପୁରାଣରେ ବର୍ଣ୍ଣିତ ।ବହୁ ଭକ୍ତ ଅଛନ୍ତି ଯେଉଁମାନେ କିଛି ଦେଇ ନପାରି ଶ୍ରଦ୍ଧା ଭାବରେ ପ୍ରଭୁଙ୍କ ନିକଟ ହୋଇପାରିଛନ୍ତି । ପରିଶେଷରେ ଏତିକି ବୁଝିବାକୁ ହେବ ଶ୍ରଦ୍ଧା ଶୁଦ୍ଧବିଶ୍ୱାସ ବଳେ ଭକ୍ତି ଜନ୍ମେ ସେହି ଭକ୍ତି ଦ୍ବାରା ପ୍ରଭୁଙ୍କ ନିକଟତର ହୋଇ ପାରିବା, ନିଷ୍କାମ ଭକ୍ତି ଧୀରେ ଧୀରେ ସୃଷ୍ଟି ହୁଏ ।ସଂସାର ରେ ରହି ମଧ୍ୟ ପ୍ରଭୁଙ୍କ ପୂର୍ଣ୍ଣ କୃପା, ଆଶିଷ ଲଭିପାରିବା ଯାହାଦ୍ୱାରା ଏ ମନୁଷ୍ୟ ଜନ୍ମକୁ କୃତାର୍ଥ କରିପାରିବା ।


- ସ୍ନିଗ୍ଧା ସାମନ୍ତରାୟ
ଚୁନଭାଟି, ଗୋପାଳ ଗାଁ
ବାଲେଶ୍ଵର 

********

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments