କେବେ ଦିନେ ଅଚାନକ..❤️
କେବେ ଦିନେ ଅଚାନକ
ତୁମ ଆମ ସବୁ ସମ୍ପର୍କ କୁ
ଅକାରଣେ ଛାଡପତ୍ର ଦେଇ
ଫୁର କିନା ଉଡିଯିବି..
ନୂଆ ଏକ ଇଲାକାର ସନ୍ଧାନେ ।
ନିତି ଦିନର କେଁ କେଁ ରେ
ପୂର୍ଣ୍ଣଛେଦ ପକାଇ
ତୁମ ଇଛା ର ସ୍ୱାଧୀନତା
ତୁମକୁ ସମର୍ପି ଦେଇ
ମୁଁ ବି ଆଗେଇଯିବି
ନିଜତ୍ବ ର ସନ୍ଧାନେ ।
ସବୁ ବସନ୍ତ ପଲ୍ଲବୀ କୁ
ଆଣିଦେବ ସିନା,
ନୂଆ ଡାଳେ ବସି କୋଇଲି
ମୋର ହିଁ କବିତା ଗାଇବ ବୋଲି
ମାନେ କିଛି ନାହିଁ
ଛିଣ୍ଡା କବିତାର ଅଛିଣ୍ଡା ପଦରେ
ଅର୍ଥହରା ଶବ୍ଦ ଆଉ
ଯୋଡୁଥିବି କଣ ପାଇଁ ?
ବରଂ ଲିଭିଯାଉ
ଲୁଚିଯାଉ ସବୁ କାହାଣୀ
କଳଙ୍କିତ ଇତିହାସ ହେବାର
ଇଚ୍ଛା ମୋର ନାହିଁ ।
ତୁମେ ଏବେ
ଅଚିହ୍ନା ହୋଇ ରହ...
କେବେ ଦିନେ ପୁଣି ଭେଟ ହେବା
ଚିହ୍ନା ଚିହ୍ନା ଭାବ ନେଇ
କେବେ ଦିନେ ଅଚାନକ...
- ଫିରୋଜ କୁମାର ପଟେଲ
ଅବନକେଲା ,ସୁନ୍ଦରଗଡ-19
******
ସମ୍ପାଦକ - ଜିତେନ୍ଦ୍ର ସେଠ
(Admin - www.loveodia.com)
(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com
(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ । ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ)
0 Comments