ଆତ୍ମ ସମୀକ୍ଷା (କବିତା) - ସ୍ନିଗ୍ଧା ସାମନ୍ତରାୟ


ଆତ୍ମ ସମୀକ୍ଷା

ସରଳ ଜୀବନ ବିତାଇବା ବେଳେ
ସମାଜଟି ଅସ୍ତ ବ୍ୟସ୍ତ
ପ୍ରକୃତି ନିୟମ ବଦଳିତ ଗଲା
ପ୍ରଭୁ କୃପା ନହେଲା ତ ।

ତଥାପି ମାନଵ ସମାଜ କାହିଁକି
ବୁଝିବି ହୁଏ ଅବୁଝା
ନିଜ ଆତ୍ମ ସମୀକ୍ଷା ନିଜେ କରିଲେ
ଜୀବନ ଦର୍ଶନ ବୁଝା ।

ଚିରନ୍ତନ ସତ୍ୟ ବିଳାପ କରୁଛି
ହଜିଛି ମାନଵ ଗୁଣ 
ମଣିଷ ଜୀବନଟି ବହୁଳ ବ୍ୟସ୍ତ
ଦିବାନିଶି ଚିନ୍ତା ଋଣ ।

ଅନୁତାପ ଅନଳେ ଦଗ୍ଧ ଜୀବ ପ୍ରାଣ
ଗୃହବନ୍ଦୀର ଜୀବନ
ଜଗତ ଦ୍ରାଘିମା କ୍ରୁଶବିଦ୍ଧ ଆଜି
ବିକ୍ଷିପ୍ତ ଆଶଙ୍କା ମନ ।

ଦୁର୍ଲ୍ଲଭ ଜନମ ଲଭଇ ମାନଵ
ଜ୍ଞାନ ତତ୍ତ୍ୱ ଯାଏ ଭୁଲି
ଦିବ୍ୟ ଶରଣାଗତି ନାହିଁତ ପ୍ରାପ୍ତି
ପରମାର୍ଥପ୍ରଦ ଭୁଲି ।

ମାୟାମୋହିତ ଦିଶେ ସାରା ଜଗତ
ପ୍ରଜ୍ଞାନେ ପ୍ରକାଶ ନାହିଁ
ଭୌତିକ ବୁଦ୍ଧି ଜ୍ଞାନ ଗାରିମା ଦ୍ଵାରା
ଉତ୍ତମ ବ୍ୟକ୍ତିତ୍ୱ କାହିଁ ।

ଅଧିକ ଭୌତିକ ସୁଖ ଉପଭୋଗେ
ଅଭିଶପ୍ତ ପ୍ରାଣ ପ୍ରୀତି
ଆତ୍ମ ସମୀକ୍ଷା ସମୟ ଯେ ଆସିଛି
ସ୍ୱଧର୍ମେ ଦିଅହେ ମତି ।

ଜଡ ଜାଗତିକ ଐଶ୍ୱର୍ଯ୍ୟ ରେ ମତ୍ତ
ଯଥା ଶୀଘ୍ର ପରିହର
ସର୍ବ ବ୍ୟାପକ ପ୍ରଭୁ ହିଁ ପରଂବ୍ରହ୍ମ
ସମର୍ପଣ ଅନ୍ତଃସ୍ୱର ।

ସଂସ୍କାର ସାଧନା ପ୍ରାର୍ଥନା ରେ ଧ୍ୟାନ
ବ୍ରହ୍ମବାଦୀ ଶ୍ରେଷ୍ଠ ଧର୍ମ
ସଭିଙ୍କ ଆସନ ଶୂନ୍ୟ ଦରବାର
ସୁଧାରିବା ନିଜ କର୍ମ ।



- ସ୍ନିଗ୍ଧା ସାମନ୍ତରାୟ
ଚୁନଭାଟି, ଗୋପାଳ ଗାଁ
ବାଲେଶ୍ଵର 

******

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments