ଧିକ ତୋର କବି ପଣକୁ (କବିତା) - ବୈଦ୍ୟନାଥ ପଣ୍ଡା

ଧିକ ତୋର କଵି ପଣକୁ

ଧିକ ତୋର କଵି ପଣକୁ 
ମନ ଯଦି ନଝୁରୀଲା 
             ଦେଖି ଦୁଃଖୀ ରଙ୍କିକୁ 
ଧିକ ତୋର କଵି ପଣକୁ.......ll  

ସମାଜ କୁ କିଛି 
                   ବାର୍ତ୍ତା ଦେବାପାଇଁ 
ସାଥି କଲୁ ତୁ କଲମ କୁ 
କଲମରେ ଯାହା 
            ଲେଖିଗଲୁ ତୁହି 
ନିଜେ ନହେଜିଲୁ ମନକୁ 
ଧିକ ତୋର କଵି ପଣକୁ...... ll 

ଦରଦୀ ହୃଦୟ 
           ଦେଖି ବୀଣାପାଣି 
ସାହା ହୋଇଥିଲେ କଣ୍ଠକୁ 
ମନର ଭାବନା 
            ଶବ୍ଦ ମଧ୍ୟେ ଆଙ୍କି 
ଉପଦେଶ ଦେଉ ସଭିଙ୍କୁ 
ଧିକ ତୋର କଵି ପଣକୁ........ ll 

ପରୋପକାର ଟା 
              ସ୍ୱର୍ଗାୟ ବୋଲିକି 
କହି ଦେଉଥାଉ ପରକୁ 
 କେହି କେବେ ତତେ 
                ସାହାଯ୍ୟ ମାଗିଲେ 
ଘୁଞ୍ଚି ଯାଉ ତୁହି ପଛକୁ 
ଧିକ ତୋର କଵି ପଣକୁ...... ll 

ଲେଖନୀ ତୋହର 
               ତରବାରି ପରି 
ଲେଖି ଚାଲିଥାଏ ସତକୁ 
ମନଟା ତୋହର 
           ବୋଲ ମାନେନାହିଁ 
ତୁ ଲେଖିଥିବା ତୋ କଥାକୁ 
ଆଚରଣ ତୋର 
          ବଳି ତ ଯାଉଛି 
ଆଜି ତୋର ଉଚ୍ଚାରଣ କୁ 
ଧିକ ତୋର କଵି ପଣକୁ....... ll

 - ବୈଦ୍ୟନାଥ ପଣ୍ଡା
 ଅବଦଲପୁର, ଯାଜପୁର 
 ଦୂରଭାଷ - 9439854199

********

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments