ଯବାନ
ଜନତା ମାନଙ୍କ ସୁରକ୍ଷା ପାଇଁ ସେ
ଜୀବନକୁ ବାଜି ଦେଇ
ଲଢୁଥାନ୍ତି ସଦା ଶତ୍ରୁଙ୍କ ସହିତ
ଦେଶର ଅକ୍ଷୁର୍ଣ ପାଇଁ ।।
ଘର ପରିବାର ବନ୍ଧୁ ପରିଜନ
ସ୍ୱାର୍ଥକୁ ସଳିତା କରି
ଜୟ ଗାନ କରେ ବିଦେଶ ମାଟିରେ
ତ୍ରିରଙ୍ଗାକୁ ହାତେ ଧରି ।।
ବାଦଲ କୋଳରେ ସାଗର ଭେଳାରେ
ହିମାଳୟ ଶିରେ ରହି
ଶତ୍ରୁ ସହ ଲଢ଼ି ଆଣିବୁ ବିଜୟ
ମାଆ ଆଶୀର୍ବାଦ ବହି ।।
ଶତ୍ରୁର ମୁଣ୍ଡକୁ ଉପହାର ଦେବି
ମାଆ ପାଦ ତଳେ ରଖି
ତାହାରି ରକ୍ତରେ ଧୋଇ ମାଆ ପାଦ
ଫେରାଇବି ମାଆ ଖୁସି ।।
ନତମସ୍ତକ ମୋ ରକ୍ତେ ନାହିଁ ଲେଖା
ଗଲେ ଯାଉ ଏ ଜୀବନ
ଏ ଶେଷ ନିଶ୍ୱାସ ଥିଲା ଯାଏ ପ୍ରାଣ
ରଖିବ ମାଆର ମାନ ।।
ଏହି ପଣ କରି ବୀର ଯବାନଟି
କରିଥାଏ ଦେଶ ସେବା
କଟିଯାଉ ପଛେ ମୋ ଶରୀରୁ ଶିର
ମାଆକୁ ଉଚେ ରଖିବା ।।
- ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
ମୋ:-9090700601
ସମ୍ପାଦକ - ଜିତେନ୍ଦ୍ର ସେଠ
(Admin - www.loveodia.com)
(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com
(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ । ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ)
0 Comments