ମୋ ଗାଁ ତାଳବସ୍ତ
ଗାଆଁ ନୁହେଁ ଆମ ଜନମ ଭୂଇଁ ସେ
ଜନନୀଠୁଁ ମହିୟସୀ ,
ତା' ଜଳ ବାୟୁରେ ବଢିଛେ ଆମେରେ
ତା'କୋଳରେ ଯିବା ମିଶି ।।
ମସ୍ତକେ ଶୋଭିତ ଶୁଭ୍ର ଖଣିଜ
ଚରଣେ ଯା'ରଣନଈ ,
ସୁ୍ଜଳା ସୁଫଳା ଶସ୍ୟ ଶ୍ୟାମଳା
ଅବିନାଶୀ ପୁଣ୍ୟଭୂଇଁ ।।
ଚାରିପଟେ ଦେବା ଦେବୀଗଣ ରହି
ଦିଅନ୍ତି ଅମୃତ ଦୃଷ୍ଟି
ତା ' ବକ୍ଷେ ଖେଳନ୍ତି କେତେକେତେ ଜୀବ
ପୁଣି ନୂଆ ହୋ'ନ୍ତି ସୃଷ୍ଟି ।।
ଉତ୍ତର ଦିଗରେ ବାବା କପିଳେଶ୍ୱର
ଦକ୍ଷିଣରେ ଅଛି ମାଆ ,
ଚାରି ଦିଗୁ ଅଛି ସୁରକ୍ଷିତ ହୋଇ
ତାଳବସ୍ତ ତାର ନାଆଁ ।।
କେତେ ମାନ୍ୟ ଗଣ୍ୟ ଦେଇଛି ଜନମ
କୋଳ ତା'ର ପୁଣ୍ୟଗର୍ଭା ,
ଅମୃତ ସମାନ ସୁଶୀତଳ ଜଳ
ଦେଇ ପାଳୁଥାଏ ସଦା ।।
ଗ୍ରୀଷମ ସମୟେ ଆମ୍ବର ମହକେ
ହସୁଥାଏ ତୋଟାମାଳ ,
ଶରତ ସମୟେ ନଈ ପଠାପରେ
କାଶତଣ୍ଡୀ ରଚେ ଖେଳ ।।
ବ୍ରାହ୍ମ ମୁହୂର୍ତ୍ତରେ ଘଣ୍ଟ ଘଣ୍ଟି ନାଦେ
ଉଛୁଳେ ନଭ ମଣ୍ଡଳ ,
ହରି ଧ୍ୱନି ଶୁଣି ଉଠନ୍ତି ତ ଗୁଣି
ପୁରି ଉଠେ ମାଆ କୋଳ ।।
ସଞ୍ଜ ନଇଁଗଲେ ଚନ୍ଦ୍ରମା ଉଇଁଲେ
କୁଆଁରୀ ରୂପ ଟି ତାର ,
ମୋ ଗାଆଁର ମାଟି କୋଳେ ଯାଏ
ଲୋଟି ସରଗପୁରୀ ଏ ମୋର ।।
- ପ୍ରଶାନ୍ତ କୁମାର ମିଶ୍ର (କୁନୁ)
ତାଳବସ୍ତ, ବାଙ୍କୀ, କଟକ
ସମ୍ପାଦକ - ଜିତେନ୍ଦ୍ର ସେଠ
(Admin - www.loveodia.com)
(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ । ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com
(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ । ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ)
0 Comments