ସକାଳ ଜଣାଣ (କବିତା- ଭାଗ-୩) -ଗୋଦାବରୀଶ ଦାସ

ସକାଳ ଜଣାଣ 
     (କବିତା- ଭାଗ-୩)       

ହେ ଦୁଃଖ ନାଶନ         ପତିତପାବନ
 ଏତିକି କରୁଣା ହେଉ
ଦୁଃଖିର ଦୁଃଖକୁ           ହରଣ କରହେ
    ଜଗତରୁ ଦୁଃଖ ଯାଉ ।

ଦୁଃଖିକୁ କନ୍ଦାଇ        କି ସୁଖ ପାଉଛ
   କହ ଆହେ ଚକାଆଖି
ତୁମରି ସନ୍ତାନ        ଦୁଃଖେ କାନ୍ଦି ମରେ
   ପାରୁନକି ତୁମେ ଦେଖି ।

କାହାକୁ ହସାଅ       କାହାକୁ କନ୍ଦାଅ
 ଇଏକି ତୁମରି ଖେଳା
ଦୁଃଖ ଦରିଆରେ       ଭସାଇ ଦେଉଛ
  ବୁଡାଉଛ କାହା ଭେଳା ।

ବିପଦ ବେଳରେ       ହୁଅ ହେ ସହାୟ
ଏତିକି କରୁଛି ଅଳି
ତୁମରି ନାମକୁ         ତୁଣ୍ଡେ  ଜପି ଜପି
 ଦିନଯାଉ ହସିଖେଳି।

ରୋଗ ଶୋକ ବ୍ଯାଧି       ହରଣ କରହେ
  ଭରିଦିଅ ମୁଖେ ହସ
ତୁମରି ସନ୍ତାନ           ଅଟନ୍ତି ସରବେ
   ରକ୍ଷା କର ପୀତବାସ ।

ଗୋରୁ ଧନଧାନ୍ୟ           ଅଷ୍ଟ ଅଇଶର୍ଯ୍ଯ
 ସରବେ ଦିଅହେ ଢ଼ାଳି 
ସର୍ବ ଆନନ୍ଦରେ         ହସୁ ଏ ସଂସାର
 ଦୁଃଖରାଶି ଦିଅ ଜାଳି ।

ଶେଷରେ ଏତିକି          କରୁଛି ମିନତି
  ଶ୍ରୀପୟରେ ଦିଅ ସ୍ଥାନ
ତୁମ ନାମ ଭଜି           ଆନନ୍ଦରେ ମଜ୍ଜି
  ଖୁସିରେ ଥାଉ ମୋ ମନ ।



- ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ଜିଲ୍ଲା - ନୟାଗଡ଼

******

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments