ଥୁଣ୍ଟା ଗଛ (କବିତା) - ବିଶ୍ୱ ରଞ୍ଜନ ମହାନ୍ତି

ଥୁଣ୍ଟା ଗଛ

ଏହି ବଗିଚାରେ ପୋତି ଦେଇଥିଲା 
        ଗଛ ଦିନେ ଆଣି ମାଳି 
କେତେ ଯତନରେ ସାଇତି ସେ ମୂଳେ 
       ପାଣି ଦେଇଥିଲା ଢାଳି   l 
ଗଛ  ବଡ  ହେଲା  ପତ୍ର   କଅଁଳିଲା 
     କେତେ ଫୁଲ ଫୁଟିଗଲା 
ଆଘାତ ନ ହେବ ବାଆ  ବତାସିରେ 
      ଯତନେ ସେ ଜଗିଥିଲା   l 
ଜଗୁଆଳି ଗଲା ବାଡ଼ ଦୋହଲିଲା 
      ହୋଇଗଲି ଅବାଂଛିତ 
ଥୁଣ୍ଟା ଗଛ ହୋଇ ରହିଛି ଅନାଇ 
     ସେନେହୁ ହୋଇ ବଞ୍ଚିତ  l 
ତଥାପି ନିରାଶେ ସୁଦୂର ଆକାଶେ 
       ଚାହିଁ ରହି ଅଛି କାହିଁ 
ଜାଣୁଛି କାହାର ଉପକାର ପାଇଁ 
     ଛାଡିଗଲା ମୋତେ ସେହି  l 
ପବନ ହିଲ୍ଲୋଳେ ଦୋହଲୁ ଅଛି ମୁଁ 
       ପାଚିଲା  ପତରଟିଏ 
ପାଦପ ପାଦରେ ପଡିବି ମୁଁ ଝଡି 
       ଚି଼ହ୍ନ ରଖିବାକୁ ଖିଏ   l 

   
- ବିଶ୍ୱ ରଞ୍ଜନ ମହାନ୍ତି

******

ସମ୍ପାଦକ - ଜିତେନ୍ଦ୍ର ସେଠ 

(Admin - www.loveodia.com)

(ଆମର ଏହି ୱେବ୍ ସାଇଟ୍ ମାଧ୍ୟମରେ ଯଦି ଆପଣ ବି ଆପଣଙ୍କର ଲେଖା କବିତା, ଗଳ୍ପ କିମ୍ବା କାହାଣୀ ଗୁଡିକୁ ପାଠକ ମାନଙ୍କ ଆଗରେ ପହଞ୍ଚାଇବାକୁ ଚାହାନ୍ତି ତେବେ ଆଉ ଡ଼େରି ନକରି ଆମ ସହିତ ଯୋଗାଯୋଗ କରନ୍ତୁ ।  ଆପଣଙ୍କର ଲେଖା ସହିତ ସମ୍ପୂର୍ଣ୍ଣ ଠିକଣା, ମୋବାଇଲ୍ ନମ୍ଵର ଏବଂ ସାଥିରେ ଏକ ପାସପୋର୍ଟ ସାଇଜ୍ ଫଟୋ ଉକ୍ତ ଠିକଣାରେ ଇ.ମେଲ୍ କରନ୍ତୁ । ଆମର ଇ. ମେଲ୍ ଠିକଣା ହେଲା - loveodia999@gmail.com


(ବିଶେଷ ସୂଚନା - ଲେଖାଟି Text Format ରେ ପଠେଇବେ ।  ଯଦି ଲେଖାଟିକୁ କାଗଜରେ ଲେଖି କିମ୍ବା ବହିରୁ ଫଟୋ ଉଠାଇ ପଠାଇଲେ ଗ୍ରହଣ କରାଯିବ ନାହିଁ) 

Post a Comment

0 Comments